Fri, Feb 22, 2019 Home | About us | Feedback | Contact Us
banner Menu
ନନ୍ଦନକାନନରେ ଭାଲୁ ମୃତ   |    ବାଣ ଫୁଟି ଶିଶୁ ଗୁରୁତର   |    ବଣାଇରେ ସିପିଆଇଏମ ପକ୍ଷରୁ ଅର୍ଥନୈତିକ ଅବରୋଧ   |    ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ   |    ବିପୁଳ ମାଓ ସାମଗ୍ରୀ ଜବତ   |    କୋଠା ଭୁଶୁଡ଼ି୮ ମୃତ   |    ପୁଲିସ ମହାନିଦେ୍ର୍ଧଶକଭାବେ ଦାୟିତ୍ୱନେଲେ ଆରପି ଶର୍ମା   |    ଗଣେଶ ଭସାଣିରେ ଗଣ୍ଡଗୋଳ, ୩ ଆହତ   |    ସାପ କାମୁଡ଼ାରେ ଚାଷୀ ମୃତ   |    ହୁମୁକି ଗ୍ରାମ ଗୁଳିକାଣ୍ଡ ଘଟଣା: ୫ ଗିରଫ   |    ସ୍କୁଲ ପଙ୍ଖା ଖସି ଛାତ୍ରୀ ଆହତ   |    ଦେଶୀ ମଦ ଜବତ, ୨ ଗିରଫ   |    ୪ ଟ୍ରକ ଲୁଟେରା ଗିରଫ   |    ମହିଳାଙ୍କ ଆତ୍ମହତ୍ୟା   |    ଗୁଳି ମାଡ଼ରେ ସେଲ୍ସମ୍ୟାନ ଗୁରୁତର   |    ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ଅଭିଯୋଗ   |    ବଜ୍ରପାତରେ ଚାଷୀ ମୃତ   |    ଶହାବୁଦ୍ଧିନ୍ଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ ରଖିଲେ ପାଟଣା ହାଇକୋର୍ଟ   |    ଆମେରିକାକୁ ଉତ୍ତର କୋରିଆର ଧମକ, ପୁଣି ଟାର୍ଗେଟରେ ଗୁଆମ ଦ୍ୱୀପ   |    ଭାରତର ୧.୭ ଲକ୍ଷ ଲୋକ କରିବେ ହଜ ଯାତ୍ରା   |   










Sep 20, 2014

ନିଶା ବିରୋଧୀ ଫିଲ୍ମ ‘ୱାନ ୱେ ଟ୍ରାଫିକ୍‌’



ଯୁବ ପିଢିଙ୍କୁ ନିଶା ଜନିତ ଅପରାଧରୁ ଦୂରେଇ ରଖିବା ପାଇଁ ଏକ ସୁନ୍ଦର ପ୍ରୟାସ ଓଡିଶା ଫିଲ୍ମ ‘ୱାନ୍‌ ୱେ ଟ୍ରାଫିକ୍‌-କାହାଣୀ ଏକ ଅଫେରା ବାଟର’ । ଏହି ସିନେମାରେ ମନୋରଞ୍ଜନ ଜରିଆରେ ସମାଜ ସୁଧାରିବାର ବଡ ଲକ୍ଷ୍ୟଟି ପୂରଣ କରିବାକୁ ଯାଉଛନ୍ତି ସନ୍‌ ମି୍ୟଜିକ । ଫିଲ୍ମର କାହାଣୀ ଓ ସଂଳାପ, ଗୀତ ରଚନା ସହିତ ପ୍ରଯୋଜକ ଭାବେ ଦାୟିତ୍ୱ ସଂପାଦନ କରିଛନ୍ତି ଶ୍ରୀକାନ୍ତ ଗୌତମ । ପୋଲିସ କମିଣନୀ ଭୁମିକେରେ ସେ ମଧ୍ୟ ଅଭିନୟ କରିଛନ୍ତି । ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଛନ୍ତି ସମ୍ଭବ, ତପସ୍ୟା, ସୁଜିତ, ଅଙ୍କିତ, ଶ୍ରୀତମ ଦାଶ, ମେଘନା ମିଶ୍ର, ପୁଷ୍ପା ପଣ୍ଡା, ଶଙ୍କର ବସୁମଲ୍ଲିକ, ଇଲୁ ବାନାର୍ଜି, ହର ରଥ, ମୋନାଲିସା ଓ ଦେବଦତ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବ୍ରହ୍ମା କୁମ୍ଭାର । କଣ୍ଠଦାନ କରିଛନ୍ତି ବିନୋଦ ରାଠୋର, ଇରା ମହାନ୍ତି, କୁମାର ବାପି, ଅସୀମା ପଣ୍ଡା, ପଙ୍କଜ ଓ ଋତୁ ପାଠକ । ବିଭିନ୍ନ ସ୍ବାଦର ଗୀତ ମଧ୍ୟରେ ଲେମ୍ବୁ ଅତି ଚିପୁଡିଲେ ପିତା ଶୀର୍ଷକରେ ଏକ ସୁନ୍ଦର ଆଇଟମ ଗୀତ ଫିଲ୍ମରେ ଚିତ୍ରାୟିତ ହୋଇଛି । ଏଥିରେ ଅଭିନେତ୍ରୀ ମେଘନା ମିଶ୍ର ଅଂଶଗ୍ରହଣ କରିଛନ୍ତି । ଏକମାସ ମଧ୍ୟରେ ଏହାର ସମସ୍ତ ସୁଟିଂ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଚିତ୍ରୋତଳନ କରିଛନ୍ତି ପ୍ରଫୁଲ୍ଲ ସାହୁ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବବି ଇସ୍‌ଲାମ ଓ ସରୋଜ ଜେନା । ଗାୟତ୍ରୀ ନନ୍ଦ ଓ ପ୍ରତିଭା ଆଚାର୍ଯ୍ୟ ନିବେଦିତ ଫିଲ୍ମର ନିର୍ଦ୍ଦେଶନା ଦେବା ସହିତ ଓ ସଂପାଦନା କରିଛନ୍ତି ସୁରେଶ ପଟ୍ଟନାୟକ । “ୱାନ୍‌ ୱେ ଟ୍ରାଫିକ୍‌”ର ସେନସର୍‌ ଇତି ମଧ୍ୟରେ ହୋଇଯାଇଛି । ତେବେ ପ୍ରଯୋଜନା ସଂସ୍ଥାରୁ ଯାହା ଖବର ମିଳିଛି ଏହା ଚଳିତ ସେପ୍ଟେମ୍ବର ମାସରେ ମୁକ୍ତିଲାଭ ନ କରି ପୂଜା ପରେ ପ୍ରେକ୍ଷାଳୟକୁ ଆସିବାର ଲକ୍ଷ୍ୟ ରଖିଛି ।

Total View:593

Tags:
Oneway_Traffic_Odia Movie