Fri, Feb 22, 2019 Home | About us | Feedback | Contact Us
banner Menu
ନନ୍ଦନକାନନରେ ଭାଲୁ ମୃତ   |    ବାଣ ଫୁଟି ଶିଶୁ ଗୁରୁତର   |    ବଣାଇରେ ସିପିଆଇଏମ ପକ୍ଷରୁ ଅର୍ଥନୈତିକ ଅବରୋଧ   |    ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ   |    ବିପୁଳ ମାଓ ସାମଗ୍ରୀ ଜବତ   |    କୋଠା ଭୁଶୁଡ଼ି୮ ମୃତ   |    ପୁଲିସ ମହାନିଦେ୍ର୍ଧଶକଭାବେ ଦାୟିତ୍ୱନେଲେ ଆରପି ଶର୍ମା   |    ଗଣେଶ ଭସାଣିରେ ଗଣ୍ଡଗୋଳ, ୩ ଆହତ   |    ସାପ କାମୁଡ଼ାରେ ଚାଷୀ ମୃତ   |    ହୁମୁକି ଗ୍ରାମ ଗୁଳିକାଣ୍ଡ ଘଟଣା: ୫ ଗିରଫ   |    ସ୍କୁଲ ପଙ୍ଖା ଖସି ଛାତ୍ରୀ ଆହତ   |    ଦେଶୀ ମଦ ଜବତ, ୨ ଗିରଫ   |    ୪ ଟ୍ରକ ଲୁଟେରା ଗିରଫ   |    ମହିଳାଙ୍କ ଆତ୍ମହତ୍ୟା   |    ଗୁଳି ମାଡ଼ରେ ସେଲ୍ସମ୍ୟାନ ଗୁରୁତର   |    ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ଅଭିଯୋଗ   |    ବଜ୍ରପାତରେ ଚାଷୀ ମୃତ   |    ଶହାବୁଦ୍ଧିନ୍ଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ ରଖିଲେ ପାଟଣା ହାଇକୋର୍ଟ   |    ଆମେରିକାକୁ ଉତ୍ତର କୋରିଆର ଧମକ, ପୁଣି ଟାର୍ଗେଟରେ ଗୁଆମ ଦ୍ୱୀପ   |    ଭାରତର ୧.୭ ଲକ୍ଷ ଲୋକ କରିବେ ହଜ ଯାତ୍ରା   |   










Jun 17, 2016

ଇଓଡବ୍ଲୁ୍ୟ ନିକଟରେ ଫେରାଦ ହେଲେ ଜମାକାରୀ



ଭୁବନେଶ୍ୱର : ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାର ବ୍ରାଣ୍ଡ ଆମ୍ବାସଡ଼ର ସାଜିଥିଲେ ଓଲିଉଡ଼୍‌ କଳାକାର  । ଓଲିଉଡ଼ ସୁପରଷ୍ଟାର ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପପୁ ପମ୍‌ପମ୍‌, ଅଭିନେତ୍ରୀ କାଜଲ ମିଶ୍ର ଓ ଅର୍ଚ୍ଚିତାଙ୍କ ଭଳି କଳାକାରମାନେ ଗୁଜୁରାଟ, ମହାରାଷ୍ଟ୍ର ଆଦି ଅଞ୍ଚଳରେ ଓସ୍କାର ପାଇଁ ପ୍ରଚାର କରୁଥିଲେ  । ଏଥିରେ ନିବେଶ କଲେ  ଜମାକାରୀମାନେ ବହୁ ଲାଭ ପାଇବେ ବୋଲି ଏହି ତାରକାମାନେ ଜନସାଧାରଣଙ୍କୁ କହୁଥିଲେ  । ଏମାନଙ୍କ କଥାରେ ଭାସିଯାଇ ବହୁ ନୀରିହ ଜମାକାରୀ ଫସି ଯାଇଥିଲେ  । ଆଜି ଏଭଳି ଅଭିଯୋଗ ବାଢ଼ି ମହାରାଷ୍ଟ୍ରରୁ ଆସିଥିବା ଜମାକାରୀମାନେ ଇଓଡବ୍ଲୁ୍ୟ ନିକଟରେ ଫେରାଦ ହୋଇଛନ୍ତି  ।


ମହାରାଷ୍ଟ୍ରରେ ରହୁଥିବା ପ୍ରାୟ ୧୫ ଜଣ ଜମାକାରୀ ଇଓଡବ୍ଲୁ୍ୟ କାର୍ଯ୍ୟାଳୟକୁ ଯାଇ ଏଭଳି ଅଭିଯୋଗ ବାଢ଼ିଛନ୍ତି  । ସେମାନଙ୍କ ବୟାନ ମଧ୍ୟ ରେକର୍ଡ଼ କରାଯାଇଛି  । ଅପରପକ୍ଷରେ କ୍ରାଇମ୍‌ ବ୍ରାଞ୍ଚ୍‌ର ଏକ ୩ ଜଣିଆ ଟିମ୍‌ ଗୁରୁବାର ଦିନ ଗୁଜରାଟ ଯାତ୍ରା କରିଥିଲେ  । ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଟିମ୍‌ ଗୁଜରାଟ ଯାଇଛି  । କେଉଁ କଳାକାର ଗୁଜରାଟ ଯାଇ ଓସ୍କାର ସୋ’ରେ ଯୋଗ ଦେଇଥିଲେ ଓ ଚିଟ୍‌ଫଣ୍ଡ୍‌ରେ ଟଙ୍କା ଲଗାଇବା ପାଇଁ କେଉଁ ଓଡ଼ିଆ କଳାକାର ପ୍ରବର୍ତ୍ତାଇଥିଲେ ସେ ସମ୍ପର୍କରେ ଖୋଳତାଡ଼ କରୁଛନ୍ତି  । ତେବେ ଶୁକ୍ରବାର ଦିନ ମହାରାଷ୍ଟ୍ରର ୧୫ଜଣ ଜମାକାରୀ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖାରେ ପହଞ୍ଚି ନିଜ ଅଭିଯୋଗପତ୍ର ଦାଖଲ କରିବା ପରେ ଓଲିଉଡ଼ ତାରକାଙ୍କ ରକ୍ତଚାପ ବଢ଼ିøାଇଛି  । ଜମାକାରୀମାନେ ଓଲିଉଡ୍‌ର କିଛି କଳାକାରଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଜଣେ ମହିଳା ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ ପପୁ ପମ୍‌ପମ୍‌, ଉତ୍ତମ ମହାନ୍ତି, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅର୍ଚ୍ଚିତା ସାହୁ ସେମାନଙ୍କୁ ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ବାଧ୍ୟ କରାଇଛନ୍ତି । ସଂସ୍ଥାରେ ଟଙ୍କା ବିନିଯୋଗ କଲେ ଓଲିଉଡ୍‌ରେ ଏକ ସୁପରହିଟ୍‌ ଫିଲ୍ମ ତିଆରି ହେବ  । ଏଥିରୁ ମିଳିଥିବା ଲାଭାଂଶକୁ ଜମାକାରୀଙ୍କ ମଧ୍ୟରେ ବଣ୍ଟା ଯିବ  । ଏହି ସଂସ୍ଥା ସମ୍ପୁର୍ଣ୍ଣଭାବେ ସରକାରୀ । ଏହା ସହ ପ୍ରଭାସ ରାଷ୍ଟ୍ରପତିଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ପପୁ ସେମାନଙ୍କୁ ଦେଖାଇଥିବା କହିଛନ୍ତି ଏହି ଅଭିଯୋଗକାରୀ  । ଓଲିଉଡ଼୍‌ର ପ୍ରତିଷ୍ଠିତ କଳାକାରମାନେ ଟଙ୍କା ଲଗାଇବା ପାଇଁ ଆଶ୍ୱାସନା ଦେଇଥିବାରୁ ବିନା ତଦନ୍ତରେ ସେମାନେ ସଂସ୍ଥାରେ ଲକ୍ଷାଧିକ ଟଙ୍କା ବିନିଯୋଗ କରିଛନ୍ତି ବୋଲି କହିଛନ୍ତି  । ସେହିପରି ଫିଲ୍ଲ ବାଳୁଙ୍ଗା ଟୋକାରେ ବାରମ୍ବାର ଓସ୍କାରର ନାଁକୁ ବ୍ୟବହାର କରାଯାଇଥିଲା । ଏଥିରେ ଟଙ୍କା ଲଗାଇଲେ ଖୁବ୍‌ ଶୀଘ୍ର ମୋଟା ଅଙ୍କର ଲାଭାଂଶ ମିଳିବ ବୋଲି କୁହାଯାଇଛି । ନିଜେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏହାର ପ୍ରମୋଶନ କରିଛନ୍ତି ।


ଅପରପକ୍ଷରେ ତୃତୀୟ ଦିନରେ ରିମାଣ୍ଡରେ ଓସ୍କାର ନିଦେ୍ର୍ଦଶକ ତାରା ପ୍ରସାଦ ହୋତାଙ୍କ ଠାରୁ ବହୁ ତଥ୍ୟ ପାଇଛି ଏହି ତଦନ୍ତକାରୀ ସଂସ୍ଥା  । ପ୍ରଭାସଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଡ଼ିଜି ନିଜେ ଜେରା କରିଥିବା ସୂଚନା ମିଳିଛି  ।


Total View:371

Tags:
chitfund_oscar