Fri, Feb 22, 2019 Home | About us | Feedback | Contact Us
banner Menu
ନନ୍ଦନକାନନରେ ଭାଲୁ ମୃତ   |    ବାଣ ଫୁଟି ଶିଶୁ ଗୁରୁତର   |    ବଣାଇରେ ସିପିଆଇଏମ ପକ୍ଷରୁ ଅର୍ଥନୈତିକ ଅବରୋଧ   |    ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ   |    ବିପୁଳ ମାଓ ସାମଗ୍ରୀ ଜବତ   |    କୋଠା ଭୁଶୁଡ଼ି୮ ମୃତ   |    ପୁଲିସ ମହାନିଦେ୍ର୍ଧଶକଭାବେ ଦାୟିତ୍ୱନେଲେ ଆରପି ଶର୍ମା   |    ଗଣେଶ ଭସାଣିରେ ଗଣ୍ଡଗୋଳ, ୩ ଆହତ   |    ସାପ କାମୁଡ଼ାରେ ଚାଷୀ ମୃତ   |    ହୁମୁକି ଗ୍ରାମ ଗୁଳିକାଣ୍ଡ ଘଟଣା: ୫ ଗିରଫ   |    ସ୍କୁଲ ପଙ୍ଖା ଖସି ଛାତ୍ରୀ ଆହତ   |    ଦେଶୀ ମଦ ଜବତ, ୨ ଗିରଫ   |    ୪ ଟ୍ରକ ଲୁଟେରା ଗିରଫ   |    ମହିଳାଙ୍କ ଆତ୍ମହତ୍ୟା   |    ଗୁଳି ମାଡ଼ରେ ସେଲ୍ସମ୍ୟାନ ଗୁରୁତର   |    ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ଅଭିଯୋଗ   |    ବଜ୍ରପାତରେ ଚାଷୀ ମୃତ   |    ଶହାବୁଦ୍ଧିନ୍ଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ ରଖିଲେ ପାଟଣା ହାଇକୋର୍ଟ   |    ଆମେରିକାକୁ ଉତ୍ତର କୋରିଆର ଧମକ, ପୁଣି ଟାର୍ଗେଟରେ ଗୁଆମ ଦ୍ୱୀପ   |    ଭାରତର ୧.୭ ଲକ୍ଷ ଲୋକ କରିବେ ହଜ ଯାତ୍ରା   |   










Dec 17, 2015

ସୁଶ୍ରୀ ଭୂମିକାରେ ବବ୍ଲି



ଓଲିଉଡ୍ର ଜଣାଶୁଣା ନାୟିକାମାନଙ୍କ ମଧ୍ୟରେ ବବ୍ଲି ଅନ୍ୟତମ  । ତାଙ୍କୁ ‘ଆଖି ପଲକରେ ତୁ’ ‘ବ୍ୟାଡ୍ ଗାର୍ଲ’ ଓ ‘ଅ ଆ ହର୍ଷେଇ’ ଆଦି ଓଡ଼ିଆ ସିନେମାରେ ଦର୍ଶକ ଭେଟିଛନ୍ତି ପଜିଟିଭ୍ ରୋଲ୍ରେ  । ଏସବୁ ଫିଲ୍ମରେ ତାଙ୍କର ଲିଡ୍ ରୋଲ୍ ମଧ୍ୟ ଥିଲା  । ବବ୍ଲିଙ୍କ ଶେଷ ସିନେମା ହେଲା ‘ଅ ଆ ହର୍ଷେଇ’  । ଏହା ରିଲିଜ୍ ହେବାପରେ ସେ  ପ୍ରଯୋଜକ ରାଜେଶ ମଲ୍ଲିକଙ୍କୁ ବିବାହ କରିଥିଲେ  । ବିବାହର ପ୍ରାୟ ୩ ମାସ ଯାଏଁ ବବ୍ଲି କୌଣସି ନୂଆ ସିନେମାରେ କାମ କରିନଥିଲେ  । ତେବେ ତାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ବଡ଼ପରଦାରେ ପୁଣି ଦେଖିବାକୁ ପାଇବେ ଏକ ନୂଆ ସିନେମା ‘ଗଳ୍ପ ନୁହେଁ ଅଳ୍ପ ଦିନର’  । ଏଥିରେ ତାଙ୍କୁ ପ୍ରଥମ ଥର ଲାଗି ନେଗେଟିଭ୍ ରୋଲ୍ରେ ଦେଖିବାକୁ ମିଳିବ  । ଏହି ଫିଲ୍ମରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ସୁଶ୍ରୀ  । କାହାଣୀ ଅନୁଯାୟୀ ନାୟକ (ରୁଦ୍ର) ଭଲପାଏ ଦୀପାଳିକୁ  । କିନ୍ତୁ ସୁଶ୍ରୀ ଯେକୌଣସି ମତେ ନାୟକଙ୍କୁ ହାସଲ କରିବାକୁ ଚାହେଁ  । ଏଣୁ ସୁଶ୍ରୀ ବଡ଼ଭଉଣୀ ସହିତ ମିଶି ଦୀପାଳିକୁ ରାସ୍ତାରୁ ହଟାଇବା ଲାଗି ଷଡ଼ଯନ୍ତ୍ର କରେ  । ହେଲେ ଏଥିରେ ସେ ସଫଳ ହୁଏ କି ନା, ତା’ ଦେଖିବାକୁ ମିଳିବ ଫିଲ୍ମର କ୍ଲାଇମାକ୍ସରେ  । ନେଗେଟିଭ୍ ରୋଲ୍ କରିବା ପାଇଁ କାହିଁକି ରାଜି ହେଲେ ବୋଲି ପ୍ରଶ୍ନ କରାଯିବାରେ ବବ୍ଲି କହନ୍ତି, ‘ଆର୍ଟିଷ୍ଟଙ୍କ ପାଇଁ ପଜେଟିଭ୍ ବା ନେଗେଟିଭ୍ ରୋଲ୍ କିଛି ନାହିଁ  । ଏହି ରୋଲ୍ଟି ମୋର ପସନ୍ଦ ହେଲା, କାରଣ ଏଥିରେ କିଛି ନୂଆ କରି  ଦେଖାଇବାର ଥିଲା  । ଏଥିପାଇଁ ମୁଁ ଭୂମିକାଟିକୁ ସ୍ୱୀକାର କରିଲି  ।


Total View:619

Tags:
galpa-nuhen-alpa-dinara-odia film