Mon, Apr 22, 2019 Home | About us | Feedback | Contact Us
banner Menu
ନନ୍ଦନକାନନରେ ଭାଲୁ ମୃତ   |    ବାଣ ଫୁଟି ଶିଶୁ ଗୁରୁତର   |    ବଣାଇରେ ସିପିଆଇଏମ ପକ୍ଷରୁ ଅର୍ଥନୈତିକ ଅବରୋଧ   |    ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ   |    ବିପୁଳ ମାଓ ସାମଗ୍ରୀ ଜବତ   |    କୋଠା ଭୁଶୁଡ଼ି୮ ମୃତ   |    ପୁଲିସ ମହାନିଦେ୍ର୍ଧଶକଭାବେ ଦାୟିତ୍ୱନେଲେ ଆରପି ଶର୍ମା   |    ଗଣେଶ ଭସାଣିରେ ଗଣ୍ଡଗୋଳ, ୩ ଆହତ   |    ସାପ କାମୁଡ଼ାରେ ଚାଷୀ ମୃତ   |    ହୁମୁକି ଗ୍ରାମ ଗୁଳିକାଣ୍ଡ ଘଟଣା: ୫ ଗିରଫ   |    ସ୍କୁଲ ପଙ୍ଖା ଖସି ଛାତ୍ରୀ ଆହତ   |    ଦେଶୀ ମଦ ଜବତ, ୨ ଗିରଫ   |    ୪ ଟ୍ରକ ଲୁଟେରା ଗିରଫ   |    ମହିଳାଙ୍କ ଆତ୍ମହତ୍ୟା   |    ଗୁଳି ମାଡ଼ରେ ସେଲ୍ସମ୍ୟାନ ଗୁରୁତର   |    ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ଅଭିଯୋଗ   |    ବଜ୍ରପାତରେ ଚାଷୀ ମୃତ   |    ଶହାବୁଦ୍ଧିନ୍ଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ ରଖିଲେ ପାଟଣା ହାଇକୋର୍ଟ   |    ଆମେରିକାକୁ ଉତ୍ତର କୋରିଆର ଧମକ, ପୁଣି ଟାର୍ଗେଟରେ ଗୁଆମ ଦ୍ୱୀପ   |    ଭାରତର ୧.୭ ଲକ୍ଷ ଲୋକ କରିବେ ହଜ ଯାତ୍ରା   |   










Oct 10, 2014

ପ୍ରୀତି ଭାଟିଆ ଗିରଫ , ଚାରିଦିନ ରିମାଣ୍ଡରେ ନେଲା ସିବିଆଇ



ଭୁବନେଶ୍ୱର, ୧୦ ।୧୦ : ପାଞ୍ଚ ଥର ଜେରା କରିବା ପରେ ଶୁକ୍ରବାର ସିବିଆଇ ମୁମ୍ବାଇ ମଡ଼େଲ ପ୍ରୀତି ଭାଟିଆଙ୍କୁ ଗିରଫ କରିଛି । ଗିରଫ କରି ପ୍ରୀତିଙ୍କୁ କୋର୍ଟ ଚାଲାଣ କରିଥିଲା ସିବିଆଇ । ପ୍ରୀତିଙ୍କୁ ପାଞ୍ଚଦିନ ରିମାଣ୍ଡରେ ନେବାପାଇଁ ସିବିଆଇ ଆବେଦନ କରିଥିବାବେଳେ କୋର୍ଟ ତାଙ୍କୁ ଚାରିଦିନ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି । ଅର୍ଥତତ୍ତ୍ୱ ଲିଙ୍କ୍‍ । ଭୁବନେଶ୍ୱରରୁ ଲମ୍ବିଛି ମାୟା ନଗରୀ ମୁମ୍ବାଇ ଯାଏଁ । ନୀରିହ ଲୋକଙ୍କ ଠାରୁ ଟଙ୍କା ଲୁଟି ନେଇ ନିର୍ମାଣ ହେଉଥିଲା ସିନେମା ଓ ଧାରାବାହିକ । ଏଇ ଖିଅକୁ ନେଇ ମୁମ୍ବାଇ ମଡ଼େଲ ତଥା ଟିଭି ଧାରାବାହିକର ସହ ପ୍ରଯୋଜକ ପ୍ରୀତି ଭାଟିଆଙ୍କୁ ୫ ଥର ଜେରା କରିଛି ସିବିଆଇ । ଗତ ୨୩ ତାରିଖରେ ତାଙ୍କୁ ସିବିଆଇ ପ୍ରଥମ ଥର ପାଇଁ ଜେରା କରିଥିଲା । ପରେ ପରେ ୨୫ ତାରିଖରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ସିବିଆଇ ଜେରା କରିଥିବାବେଳେ ବୁଧବାର ଓ ଗୁରୁବାର ଦିନ ମଧ୍ୟ ପ୍ରୀତିଙ୍କୁ ଜେରା କରିଥିଲା ସିବିଆଇ । ସେତେବେଳେ ପ୍ରୀତି କେତେକ କାଗଜପତ୍ର ଦେଖାଇଥିଲେ ମଧ୍ୟ ତାହା ସନ୍ତୋଷଜନକ ନଥିଲା । ସେହିପରି ପ୍ରଦୀପ ସେଠୀ ପ୍ରୀତିଙ୍କ ସମ୍ପର୍କରେ ଯେଉଁସବୁ ତଥ୍ୟ ଦେଇଛି ସେଥିରେ ତାଳମେଳ ନଥିବା ଜାଣିବାକୁ ମିଳିଛି । ପ୍ରୀତିଙ୍କ ଠାରୁ କୋଟିଏ ଟଙ୍କା ପାଇବାର ଅଛି ବୋଲି ପ୍ରଦୀପ କହିଥିବା କୁହାଯାଉଛି । ପ୍ରକାଶଯେ, ପ୍ରିଜିମ୍‍ ହାଇଟସ୍‍ ଫିଲ୍ମସ ଆଣ୍ଡ ଏଣ୍ଟରଟେନମେଣ୍ଟର ନିର୍ଦ୍ଧେଶକ ହେଉଛନ୍ତି ପ୍ରୀତି । ୨୦୧୦ରେ ପଞ୍ଜିକୃତ ଏହି କମ୍ପାନୀର ଅନ୍ୟତମ ନିର୍ଦ୍ଧେଶକ ହେଉଛନ୍ତି ଅର୍ଥତତ୍ତ୍ୱ ଚିଟ୍‍ଫଣ୍ଡ ଠକେଇର ମୁଖ୍ୟ ପ୍ରଦୀପ ସେଠୀ । ପ୍ରୀତି ଭାଟିଆ, ପ୍ରଦୀପ ସେଠୀ ଓ ଇନ୍ଦୁ ଦେୱାନ ପ୍ରୀଜିମ୍‍ ହାଇଟସ ଫିଲ୍ମସ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍‍ ଲିମିଟେଡ଼୍‍ର ନିର୍ଦ୍ଧେଶକ । ଗୋଟିଏ ପଟେ ମୁମ୍ବାଇ ଗ୍ଲାମର ଦୁନିଆ ସହ ଏଟିର ସମ୍ପର୍କକୁ ନେଇ ସିବିଆଇ ଖୋଳତାଡ଼ ଜାରି ରଖିଥିବାବେଳେ ଓଲିଉଡ଼ ଉପରେ ଆଖି ରହିଛି । ପ୍ରିଜିମ୍‍ ହାଇଟସ୍‍ ଫିଲ୍ମସ ଆଣ୍ଡ ଏଣ୍ଟରଟେନ୍‍ମେଣ୍ଟ ଏକ ଓଡ଼ିଆ ସିନେମା ମଧ୍ୟ କରିଛି । ଏହି ସିନେମାର ନାୟକ ଥିଲେ କୋରେଇର ବିଜେଡ଼ି ବିଧାୟକ ଆକାଶ ଦାସ ନାୟକ । ସେହିପରି ବିଜେଡ଼ି ନେତା ମିହିର ଦାସ ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ଅଭିନେତ୍ରୀ ଭାବେ ଖୁସି ଗର୍ବୀ ଅଭିନୟ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଇମୋହନ ପରିଡ଼ା, ଅକ୍ଷୟ ବସ୍ତିଆ, ବ୍ରଜ ସିଂହ ମଧ୍ୟ ଅଭିନୟ କରିଥିଲେ ।

Total View:389

Tags:
AT_CHITFUND_PRITI